କ୍ରୀଡ଼ା

ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ୩ ଛାତ୍ରଛାତ୍ରୀ ରାଜ୍ୟ ଆଥଲେଟିକ୍ ଚୟନ ପାଇଁ ମନୋନୀତ

By Angul TV Bureau

November 04, 2025

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ଯୁବଜ୍ୟୋତି ଉଚ୍ଚ ବିଦ୍ୟାଳୟର ତିନି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଆଥଲେଟିକ୍ ଚୟନରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟ ସ୍ତରୀୟ ଚୟନ ପାଇଁ ମନୋନୀତ ହୋଇଛନ୍ତି।

୧୪ ବର୍ଷରୁ କମ୍ ବାଳକ ବିଭାଗରେ ଫ୍ଲୋରେନସ ଭୋଇ ୧୦୦ ମିଟର ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ୧୪ ବର୍ଷରୁ କମ୍ ବାଳିକା ବିଭାଗରେ ସୁଶ୍ରୀ ପ୍ରଧାନ ଡିସକସ୍ ଥ୍ରୋରେ ଓ ସୋନାଲି ଦେଓ ସଟପୁଟରେ ପ୍ରଥମ ହୋଇ ରାଜ୍ୟ ସ୍ତରକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

କ୍ରୀଡ଼ା ଶିକ୍ଷକ ସରୋଜ ରଞ୍ଜନ ସେନାପତିଙ୍କ ନେତୃତ୍ୱରେ ଏହି ସଫଳତା ହାସଲ ହୋଇଥିବାରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉତ୍କଳ କିଶୋର ସାହୁ ଓ ବାମୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବବୃବାହାନ ପ୍ରଧାନ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।