ଘଟଣା ଓ ଦୁର୍ଘଟଣା

ଖମାର ଟୋଲଗେଟ ନିକଟରେ ଭୟଙ୍କର ସିରିଜ ଦୁର୍ଘଟଣା: ଜଳିଗଲା ୩ ଗାଡି, ଡ୍ରାଇଭର ଆହତ

By Angul TV Bureau

January 29, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ଟୋଲ ଗେଟ୍ ନିକଟରେ ସୋମବାର ସକାଳୁ ସିରିଜ ଦୁର୍ଘଟଣା ଘଟି ୩ଟି ଗାଡ଼ି ଜଳି ଯାଇଛି। ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଛନ୍ତି।

ସୂଚନା ମୁତାବକ, ଏକ ପାଇପ ବୋଝେଇ ଟ୍ରଲର ତାଳଚେରରୁ ପାଳଲହଡ଼ା ଅଭିମୁଖେ ଯାଉଥିବା ବେଳେ ଖମାର ଟୋଲ ଗେଟ୍ ନିକଟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ପରେ ଟ୍ରକଟି ଏକ ମୁଢ଼ି ବୋଝେଇ ଟାଟା ଏସିକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୩ ଟି ଗାଡି ଜଳି ଯାଇଥିବା ଦେଖିବାକୁ ମିଳିଛି। ଏଥିରେ ଚାଳକଙ୍କ ଆହତ ହୋଇଛନ୍ତି। ଖବର ପାଇ ପାଳଲହଡ଼ା ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।