ମୁଖ୍ୟ ଖବର

ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା: ବାଘ ଛାଲ ଜବତ, ୨ ବ୍ୟବସାୟୀ ଗିରଫ

By Angul TV Bureau

June 19, 2024

 

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ ବିଭାଗକୁ ବଡ଼ ସଫଳତା। ସ୍ଥାନୀୟ ଛେଣ୍ଡିପଦା ବନାଞ୍ଚଳ ଫୁଲଝରୀ ନିକଟରେ ବାଘ ଛାଲ ବିକ୍ରି ସମୟରେ ବନ ବିଭାଗ ଚଢ଼ଉ କରି ବାଘ ଛାଲ ଜବତ ସହ ୨ ବ୍ୟବସାୟୀଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ଛେଣ୍ଡିପଦା ଥାନା ହାଣ୍ତିଗୋଡା ଗାଁର ଟିକନ୍ ଗୋଛୟତ ଓ ଧଉରାଖମଣ ଗାଁର ଯୁଗଳ ନାଏକ।

ଅନୁଗୁଳ ଡିଏଫଓ ନୀତିଶ୍ କୁମାରଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ଜରପଡା ଓ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ମାନେ ସାହାଯ୍ୟ କରିଥିଲେ। ଏହି ବ୍ୟବସାୟୀମାନେ କେବେଠୁ ବାଘ ଛାଲ ବିକ୍ରି କରୁଥିଲେ, ସେ ନେଇ ତଦନ୍ତ ଆରମ୍ଭ ହୋଇଛି।