ମୁଖ୍ୟ ଖବର

ସାମାଜିକ ଗଣମାଧ୍ୟମରେ କଲରାପତାରିଆ ବାଘ: ଗଜସାଥୀ ହ୍ଵାଟ୍ସଆପ ଗ୍ରୁପରୁ ହେଉଛି ଭାଇରଲ

By Angul TV Bureau

August 22, 2025

ଅନୁଗୁଳ: ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ କଂଜା ଅଞ୍ଚଳରେ ଗତ ବୁଧବାର ଏକ କଲରାପତରିଆ ବାଘ ଦେଖାଯାଇଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଏପରିକି ହ୍ଵାଟ୍ସଆପ ଗ୍ରୁପରୁ ଗ୍ରୁପକୁ ଏହା ଫରୱାର୍ଡ ହେଉଛି। କିନ୍ତୁ ଏହା କେଉଁଠିକାର ଚିତ୍ର ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ମୁତାବକ ବନ୍ତଳା ଅଞ୍ଚଳରେ ଗଜସାଥୀ ଭାବେ କାର୍ଯ୍ୟ କରୁଥିବା ଯୁବକ ମାନେ ଏକ ହ୍ଵାଟ୍ସଆପ ଗ୍ରୁପ କରିଛନ୍ତି। ଏହି ଗ୍ରୁପରେ ଉକ୍ତ ଫଟୋକୁ କେହି ଜଣେ ପୋଷ୍ଟ କରିଛନ୍ତି। ଏହା ପରଠାରୁ ଆରମ୍ଭ ହୋଇଛି ଉକ୍ତ ଗୁଜବ। ତେବେ ଏ ନେଇ ଏପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ବନ୍ତଳା ବନାଞ୍ଚଳ ଅଧିକାରୀ ପ୍ରମୋଦ ସାହୁଙ୍କୁ ପଚାରିବା ବେଳେ ସେ କହିଥିଲେ ଯେ, ଏଭଳି କୌଣସି ଘଟଣାର ସୂଚନା ନାହିଁ। କିନ୍ତୁ କଂଜା, ନୁଆଁଖେତା, ବାରଗୌଣିଆ ଆଖପାଖ ଜଙ୍ଗଲରେ କଲରାପତାରିଆ ବାଘ ଦେଖାଯାଇଥାନ୍ତି।