ଘଟଣା ଓ ଦୁର୍ଘଟଣା

ଶାଗୁଆନ୍ କାଠ ବୋଝେଇ ଭ୍ୟାନ୍ ଜବତ

By Sanjeeb Biswal

December 07, 2022

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା-ବ୍ରାହ୍ମଣବିଲ ରାସ୍ତାର ଭାଗିଲାକଟା ଗାଁ ପୋଖରୀ ନିକଟରେ ବନ ବିଭାଗ ଶାଗୁଆନ କାଠ ନେଉଥିବା ଏକ ପିକଭ୍ୟାନ୍‌ ଜବତ କରିଛି। ବନ ବିଭାଗ

ସୂଚନା ଅନୁଯାୟୀ, ସୋମବାର ବିଳମ୍ବତ ରାତିରେ ପୋଲିସ ପାଟ୍ରୋଲିଂ ଚାଲିଥିବା ସମୟରେ କୋଶଳାରୁ ବ୍ରାହ୍ମଣବିଲଆଡକୁ ଯାଉଥିବା ଶାଗୁଆନ କାଠ ବୋଝେଇ ପିକଅପ୍ ଭ୍ୟାନ୍ ଧରାପଡ଼ିଥିଲା । ପୋଲିସଠାରୁ ସୂଚନା ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରୁ ଶାଗୁଆନ କାଠ ଓ ଭ୍ୟାନ୍‌ ଜବତ କରିବା ସହ ଏହି ଘଟଣାରେ କୋଶଳା ଗ୍ରାମର ମହେଶ୍ଵର ବେହେରା(୩୦)ଙ୍କୁ ଗିରଫ କରିଛନ୍ତି। ଗାଡ଼ିରୁ ୨୯ ଘନଫୁଟର ୧୭ ଟି ଶଗୁଆନ ଗଣ୍ଡି ଜବତ କରାଯାଇଛି । ଏହାର ମୂଲ୍ୟ ପ୍ରାୟ ୭୬ ହଜାର ଟଙ୍କା ହେବ।