ଅନ୍ୟାନ୍ୟ

ରାଧାରମଣପଡ଼ାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ

By Angul TV Bureau

August 16, 2023

ଅନୁଗୁଳ: ଆଜି ଅନୁଗୁଳ ସହରସ୍ଥିତ ରାଧାରମଣପଡ଼ା ଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଜଗନ୍ନାଥ ଗଡ଼ନାୟକ ସିଂ ଙ୍କ ଆବାହକତ୍ୱରେ ସ୍ମୃତି ଚରଣ ସଭା ଆୟୋଜିତ ହୋଇଛି। ଜନସଂଖ୍ୟା ସମାଧାନ ଫାଉଣ୍ଡେନର ଜିଲ୍ଲା ସଭାପତି ଅନିରୁଦ୍ଧ ଦାସ ଯୋଗ ଦେଇ ଭାରତର ଅଖଣ୍ଡ ପ୍ରଭାବର ମୂଲ ବାଜପେୟୀ ବୋଲି କହିଥିଲେ।

ସେହିପରି ପ୍ରସନ୍ନ ନାୟକ କହିଥିଲେ ଯେ ତାଙ୍କ ସମୟରେ ଗରିବଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଆରମ୍ଭ ହୋଇଥିଲା, ଯାହା ଜନ୍ମ ଠାରୁ ଶେଷ ପର୍ଯ୍ୟନ୍ତ କାମରେ ଲାଗିପାରୁଛି।

ଅନ୍ୟମାନଙ୍କ ପ୍ରାକ୍ତନ ସରପଞ୍ଚ ମଞ୍ଜୁଲତା ସାହୁ, ଚିତ୍ତରଞ୍ଜନ ନାୟକ, ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ।