ଅନ୍ୟାନ୍ୟ

ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ମେଡିକାଲ ସଫେଇ କଲେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା

By Angul TV Bureau

April 17, 2023

ଅନୁଗୁଳ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ ଅବସରରେ ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆଜି ବିଜୁ ଯୁବ ଜନତା ଦଳ ତରଫରୁ ବିଜୁ ମଇଦାନଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ପରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ସଫେଇ କରିଥିଲେ।

କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦିକା ମମତା ପ୍ରଧାନ, ଜିଲ୍ଲା ଉପସଭାପତି ତଥା କାଉନସିଲର ବଳରାମ ଜେନା, ପ୍ରକାଶ ଚନ୍ଦ୍ର ଭୋଇ ଓ କିଶୋର କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର କୁମାର ନାଏକ, ରାଜେଶ ମିଶ୍ର ଓ ସଞ୍ଜୀବ ସାହୁ, ଜିଲ୍ଲା ଆଇଟି କୋ-ଅଡିନେଟର ସୁନୀତା ନାଏକ, ଡିଜିଟାଲ ସମ୍ପାଦକ ଚିନ୍ମୟ କୁମାର ସାହୁ, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ନାଏକ, ସୌରଭ କୁମାର ବେହେରା ଓ ଅମିତ କୁମାର ବିଶ୍ବାଳ, ଯୁବ ନେତା ପ୍ରଶାନ୍ତ ଦେହୁରୀ, ଚଉବନ ସାହୁ, ଜିଲ୍ଲା ଛାତ୍ର ସମ୍ପାଦକ ରାହୁଲ ମହାପାତ୍ର ତଥା ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ସାମିଲ ଥିଲେ।