ସ୍ୱତନ୍ତ୍ର

ପିଲାଙ୍କ ଉପରେ ରାଗ ଆସୁଥିଲେ ତୁରନ୍ତ କରନ୍ତୁ ଏହି କାମ, ଶାନ୍ତ ହେବ ମନ

By Angul TV Bureau

June 18, 2022

ଅଭିଭାବକମାନେ ଜାଣି ଜାଣି କେବେ ବି ନିଜ ପିଲାମାନଙ୍କ ଉପରେ କ୍ରୋଧ କରିନଥାନ୍ତି। କିନ୍ତୁ ବେଳେବେଳେ ଏମିତି ପରିସ୍ଥିତି ସୃଷ୍ଟି ହୁଏ ଯେ ସେମାନେ ବାଧ୍ୟ ହୋଇ ପିଲାମାନଙ୍କ ଉପରେ ରାଗିଥାନ୍ତି। ଯଦି ଆପଣ ବି ପିଲାଙ୍କ ଉପରେ ରାଗୁଛନ୍ତି, ତେବେ କେତେକ ଉପାୟ ଆପଣାଇ ରାଗକୁ ଶାନ୍ତ କରି ପାରିବେ। ଆସନ୍ତୁ ଜାଣିବା ରାଗ ଲାଗିଲେ ନିୟନ୍ତ୍ରଣ କରିବେ କେମିତି…

ହସିବାକୁ ଚେଷ୍ଟା କରନ୍ତୁ ହସ ଆମ ସମସ୍ୟାକୁ କମ୍ ନ କଲେ ମଧ୍ୟ ମାନସିକ ଚାପକୁ କିଛିକାଂଶରେ କମାଇଥାଏ। ଫଳରେ ବ୍ୟକ୍ତି କିଛି ଭଲ ଚିନ୍ତା କରିପାରେ। ଏହା ରାଗକୁ କମାଇବାରେ ମଧ୍ୟ ସହାୟକ ହୋଇଥାଏ।

ପିଲାଙ୍କ ସହ ବନ୍ଧୁତା କରନ୍ତୁ ପିଲାମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରଖିବା ଦ୍ବାରା ସେମାନେ ବାପା ମାଙ୍କୁ ଭଲ ଭାବରେ ବୁଝିଥାନ୍ତି। ଏଥିସହ ନିଜ ସମସ୍ୟାକୁ ସହଜରେ ଆପଣଙ୍କ ନିକଟରେ ପ୍ରକାଶ କରିଥାନ୍ତି। ଏସବୁ ମଧ୍ୟ ଆପଣଙ୍କ ଚିନ୍ତା ଓ ଚାପକୁ କମାଇଥାଏ।

କିଛି ସମୟ ଦୂରେଇ ରହନ୍ତୁ ଯଦି ଆପଣଙ୍କର ମନ ଭଲ ନଥାଏ ଏବଂ ସେହି ସମୟରେ ପିଲାଙ୍କ ଉପରେ କ୍ରୋଧ ଆସେ, ତେବେ କିଛି ସମୟ ସେଠାରୁ ଦୂରକୁ ଚାଲିଯିବା ଉଚିତ। ଏହା ରାଗକୁ ଶାନ୍ତ କରାଇଥାଏ।

କିଛି ମିଠା ଖାଆନ୍ତୁ ଚାପ କମ୍ କରିବାରେ ମିଠା ସବୁଠୁ ଉତ୍ତମ। ଯଦି ରାଗ ଚିଡ଼ୁଛି ତେବେ ସେହି ସମୟରେ କିଛି ମିଠା ଖାଆନ୍ତୁ। ଏହା କ୍ରୋଧକୁ ହ୍ରାସ କରିବାରେ ସାହାଯ୍ୟ କରେ। ଫଳରେ ଆପଣ ଭଲ ଅନୁଭବ କରିବେ।