ମୁଖ୍ୟ ଖବର

ଅନୁଗୁଳରେ ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ମହମ୍ମଦ ଅଦାଲ୍ ଅଖତର

By Angul TV Bureau

February 01, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଜି ମହମ୍ମଦ ଅଦାଲ୍ ଅଖତର ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ଯୋଗଦାନ ଅବସରରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଜିଲ୍ଲା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ନବ ନିଯୁକ୍ତ ଜିଲ୍ଲାପାଳ ଜିଲ୍ଲାରେ ସରକାରୀ ଯୋଜନାର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବା ସହ ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ଉପରେ ମଧ୍ୟ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

ଏଥିସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟଗୁଡିର ସଫଳ ରୂପାୟନ ନିମନ୍ତେ ସେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।