କଳା ଓ ସଂସ୍କୃତି

ମକର ସଂକ୍ରାନ୍ତିରେ ହେବେ ମାଲାମାଲ୍‌: ୩୦ ବର୍ଷ ପରେ ପଡ଼ୁଛି ଦୁର୍ଲ୍ଲଭ ସଂଯୋଗ

By Angul TV Bureau

January 14, 2025

ଅନୁଗୁଳ: ଆଜି ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ମକର ରାଶିରେ ପ୍ରବେଶ କରି ଥାନ୍ତି। ଆଜିଠୁ ସମସ୍ତ ପ୍ରକାର ମାଙ୍ଗଳିକ କାର୍ଯ୍ୟର ଆରମ୍ଭ ହୋଇଥାଏ। ତେବେ ଦୀର୍ଘ ୩୦ ବର୍ଷ ପରେ ଚଳିତ ବର୍ଷ ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ସଂଯୋଗ ପଡ଼ିଛି। ଶନିଦେବ ଏହି ଦିନ କୁମ୍ଭ ରାଶିରେ ଶଶ ମହାପୁରୁଷ ଯୋଗ ସୃଷ୍ଟି କରିବେ। ଫଳରେ ଏକାଧିକ ରାଶିର ଲୋକ ଖୁବ୍‌ ଲାଭବାନ ହେବେ। ଏହି ରାଶି ମାନେ ହେଉଛନ୍ତି ମିଥୁନ, ତୁଳା, ମକର ଓ କୁମ୍ଭ।

ମକର ସଂକ୍ରାନ୍ତିରେ ଶନିଙ୍କ କୃପାରୁ ମିଥୁନ, ତୁଳା, ମକର ଓ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ବହୁ ଲାଭ ମିଳିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ।ବ୍ୟବସାୟୀଙ୍କୁ ଖୁବ୍‌ ଲାଭ ମିଳିବ। ଅନେକ ଲୋକଙ୍କ ସହ ସାକ୍ଷାତ ହେବ। ଚାକିରିରେ ପଦନ୍ନୋତିର ଯୋଗ ରହିଛି। ବଡ଼ ସମସ୍ୟା ଦୂର ହେବ। ପରିବାର ସଦସ୍ୟଙ୍କ ସହଯୋଗ ମିଳିବ। ଟଙ୍କା ଆମଦାନୀର ଅନେକ ସୁଯୋଗ ଆସିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କରଜରୁ ମୁକ୍ତି ମିଳିବ। ଶନି ଦେବଙ୍କ ପୂଜା କରିବା ଦ୍ୱାରା ବିଶେଷ କୃପା ମିଳିବ। ଅଟକି ଥିବା କାମରେ ସଫଳତା ମିଳିବ।