ମୁଖ୍ୟ ଖବର

ଆଜି ଓଲିଉଡ ସୁପର ଷ୍ଟାର ଅନୁଭବ ଓ ଜାଗୃତିଙ୍କ ବାହାଘର, ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ

By Angul TV Bureau

March 11, 2025

ଅନୁଗୁଳ: ହାତକୁ ଦି ହାତ ହେବେ ଲଭ ବାର୍ଡ। ଦ୍ବିତୀୟ ଇନିଂସ ଆରମ୍ଭ କରିବେ ଓଲିଉଡ୍ ସୁପର ଷ୍ଟାର ଅନୁଭବ ମହାନ୍ତି। ଦିଲ୍ଲୀର ଜାଗୃତି ଶୁକ୍ଲାଙ୍କ ହାତ ଧରିବେ। ରାଜସ୍ଥାନରେ ହେବ ଡେସଟିନେସନ୍ ୱେଡିଂ। ଉଭୟଙ୍କ ଆଜି ପଡିବ ହାତଗଣ୍ଠି। ପରିବାରବର୍ଗ ଓ କିଛି ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେବେ ।

ମାର୍ଚ୍ଚ ୮ ତାରିଖରେ ଦୁଇ ପରିବାର ଓ ପ୍ରିୟଜନଙ୍କ ଉପସ୍ଥିତିରେ ନିର୍ବନ୍ଧ ଶେଷ ହୋଇଛି। ୨୦୧୯ରେ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ୨୦୨୫ରେ ସାତ ଜନ୍ମର ସାଥୀ ସାଜିଲେ ଅନୁଭବ-ଜାଗୃତି ।  ବର୍ଷାଙ୍କ ସହ ବିବାହ ବିଚ୍ଛେଦ ପରେ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ।

ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା।  ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା। ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା। ଏହାପୂର୍ବରୁ ଜାଗୃତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ବାରମ୍ବାର ଓଡ଼ିଶା ଆସୁଥିଲେ ଜାଗୃତି ଶୁକ୍ଳା।  ନିକଟରେ ଅନୁଭବଙ୍କ ଉପରେ ଲେଖିଥିବା ଜୀବନୀ ମଧ୍ୟ ରିଲିଜ୍ ହୋଇଥିଲା।