ମୁଖ୍ୟ ଖବର

ଉଚ୍ଚ ରକ୍ତଚାପ ଦିବସ: ଅନୁଗୁଳରେ ରୋଗୀଙ୍କ ସଂଖ୍ୟା ବଢୁଛି

By Biswaranjan Pattnaik

May 17, 2026

ଅନୁଗୁଳ: ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁଁ ଆମକୁ ହେଉଥିବା ରୋଗ ମଧ୍ୟରେ ଉଚ୍ଚ ରକ୍ତଚାପ ଅନ୍ୟତମ। ଶିଳ୍ପ ନଗରୀରେ ଏହି ରୋଗ ଏବେ ବଢ଼ିବାରେ ଲାଗିଛି।ସନ୍ତୁଳିତ ଭୋଜନ ପରିବର୍ତ୍ତେ ଜଙ୍କ ଖାଦ୍ୟର ବ୍ୟାପକ ବ୍ୟବହାର,ଉପଯୁକ୍ତ ବ୍ୟାୟାମର ଅଭାବ ଏବଂ ମୋଟା ପଣ ଯୋଗୁଁ ଏହି ରୋଗ ଅଧିକ ରୁ ଅଧିକ ଲୋକଙ୍କୁ ଗ୍ରାସ କରୁଛି।

ଜିଲ୍ଲାରେ ପ୍ରାୟ ୧୮ ରୁ ୨୧ ପ୍ରତିଶତ ଲୋକ ଏବେ ଏହି ରୋଗ କବଳରେ।ଓଡ଼ିଶାରେ ଏହି ରୋଗ ଏବେ ୩୬ ରୁ ୩୭ ପ୍ରତିଶତ ବୋଲି ଏକ ଆକଳନରୁ ଜଣାପଡିଛି। ଠିକଣା ସମୟରେ ଡାକ୍ତରୀ ପରାମର୍ଶ ନ କରିବା ଦ୍ୱାରା ଅନେକ ସମୟରେ ରୋଗୀ ପକ୍ଷାଘାତର ଶିକାର ହୋଇ ଗୁରୁତର ହୋଇ ପଡୁଛି। ଏବେ ପ୍ରତି ଜିଲ୍ଲା ସ୍ତରୀୟ ଓ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଗୁଡିକରେ ଏନସିଡି ସେଲ ଖୋଲା ଯାଇ ରୋଗୀ ମାନଙ୍କୁ ଉପଯୁକ୍ତ ପରାମର୍ଶ ଦିଆଯାଉଛି।ମଦ୍ୟପାନରୁ ଦୂରରେ ରହିବା,ସନ୍ତୁଳିତ ପୋଷଣ ଯୁକ୍ତ ଖାଦ୍ୟ ଖାଇବା,ନିୟମିତ ବ୍ୟାୟାମ କରିବା ଦ୍ୱାରା ଏହି ରୋଗକୁ ରୋକିବା ହେବ ଏବଂ ଯଦି ରୋଗର ଶିକାର ହୋଇଛନ୍ତି ତେବେ ବ୍ୟକ୍ତିକୁ ଡାକ୍ତରଙ୍କ ପରାମର୍ଶ ମତେ ନିୟମିତ ଔଷଧ ଖାଇବାକୁ ପଡିବ।