ଅନ୍ୟାନ୍ୟ

ତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ

By Angul TV Bureau

November 15, 2022

ତାଳଚେର : ତାଳଚେର ବ୍ଲକ ଘଣ୍ଟପଡ଼ାସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ତାଳଚେର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚିନ୍ମୟୀ ଚେତନା ଦାସ, ନେହରୁ ଯୁବ କେନ୍ଦ୍ରର ଯୁବ ସମନ୍ବୟ ଅଧିକାରୀ ପ୍ରଦୀପ କୁମାର, ଘଣ୍ଟପଡ଼ା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ ଓ ଘଣ୍ଟପଡ଼ା ଗ୍ରାମ କମିଟିର ସମ୍ପାଦକ ପ୍ରମୋଦ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀ ପ୍ରଥମେ ତାଳଚେର ମାଟିର ସହିଦ ରାଣା ପ୍ରତାପଙ୍କ ସ୍ମୃତି ଚାରଣ କରିବା ପରେ ଦିବଙ୍ଗତ ଗୋବିନ୍ଦଚନ୍ଦ୍ର ଦାସ, ଦୀପ୍ତିମୟୀ ବେହେରା, ତୈଲକ ରଞ୍ଜନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଅତିଥିମାନେ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ଘଣ୍ଟପଡ଼ା ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ହରପ୍ରିୟା ଦାସ ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ଘଣ୍ଟପଡ଼ାର ଛାତ୍ରୀ ଅର୍ଚ୍ଚିତା ବେହେରାଙ୍କ ସମେତ ସାମ୍ବାଦିକ ମନୀଲ୍‌ ମହାରଣା, ମନୋଜ କୁମାର ନନ୍ଦ, ଓଏଏସ୍ ପାଇଥିବା ଡକ୍ଟର ତୃପ୍ତିମୟୀ ପ୍ରଧାନ, ଜେଡବ୍ଲୁଓ ବୀର ସହିଦ ରାଣା ପ୍ରତାପ ଦାସଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ। ସେହିପରି ସାଗରିକା ଲକ୍ଷ୍ମୀପୂଜା କମିଟିର ସଦସ୍ୟଙ୍କୁ ଜନ ସଚେତନତା ବାର୍ତ୍ତା ଓ ବଉଳ ଛକ ନାମ ସଂକୀର୍ତ୍ତନ ମଣ୍ଡଳୀକୁ ଆଦର୍ଶ କଳାକାର ଭାବେ ସମ୍ମାନିତ କରାଯାଇଥିଲା। ପରେ ଘଣ୍ଟପଡ଼ା ସେଣ୍ଟ ଜାଭିୟର ସ୍କୁଲର ମନସୀ କୁମାରୀ ଓ ବିଭୂତି ଭୁଷଣ ମିଶ୍ରଙ୍କୁ ତର୍କ ବିତର୍କ ପ୍ରତିଯୋଗିତା ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ଆରାଧନା ମିଶ୍ରଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ସଂଘ ସଭାପତି ଧୀରେନ୍ଦ୍ର ଦାସ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ବାର୍ଷିକ ପାଠ୍ୟ ବିବରଣୀ ଓ କୃଷ୍ଣ ସାହୁ ମଞ୍ଚ ପରିଚାଳନା କରିଥିଲେ।