ଅନ୍ୟାନ୍ୟ

ଅନ୍ତର୍ଜାତୀୟ ମହିଳା ଦିବସ : ବାଲ୍ୟ ବିବାହ ନିଷେଧ ନେଇ ସଚେତନତା

By Angul TV Bureau

March 09, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଘଣ୍ଟପଡ଼ା ସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଛି। ଏ ଅବସରରେ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବାଲ୍ୟ ବିବାହ ନିରାକରଣ, ଅନୁଗୁଳ ଜିଲ୍ଲା ସଂଯୋଜକ ସନ୍ତୋଷ ବେହେରା ଦୀପ ଜାଳି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ମୁଖ୍ୟ ବକ୍ତା ଭାବେ ଇଂରାଜୀ ଖବରକାଗଜ ‘ଦ ପାୟୋନିୟର’ ପ୍ରତିନିଧି ଧୀରମୋହନ ରାୟ, ସମ୍ମାନିତ ଅତିଥିଭାବେ ତାଳଚେର ଓକିଲ ସଂଘର ଉପସଭାପତି ବିପୁଲ ବଳ, ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ଶୋଭାଗିନୀ ଦେବୀ, ଘଣ୍ଟପଡ଼ା ପୂର୍ବତନ ସରପଞ୍ଚ ମନୋଜ ବେହେରା ଓ ସମାଜସେବୀ କ୍ଷୀରୋଦ ସାହୁ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ଆଶା ଦିଦି, ୱାର୍ଡ଼ ମେମ୍ବର, ଗ୍ରାମର ମହିଳା, ଏମବିକେ ଶୋଭାଗିନି ସାହୁ, ସିଆରପି ଝରଣା ପ୍ରଧାନ, ସଂଘର ସଭାପତି ଧୀରେନ୍ଦ୍ର ଦାସ, କୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।