ଘଟଣା ଓ ଦୁର୍ଘଟଣା

ଜରଡ଼ାରେ ମାତିଲେ ଚୋର

By Biswaranjan Pattnaik

March 13, 2021

ଅନୁଗୁଳୁ: କଣିହାଁ ଥାନା ଅଧୀନସ୍ଥ ଜରଡା ଗ୍ରାମରେ ବୁଧବାର ରାତିରେ ଏକାଧିକ ସ୍ଥାନରୁ ଚୋରି ହୋଇଛି । ଏ ନେଇ ଗୁରୁବାର ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି । ଘଟଣାରୁ ପ୍ରକାଶ ଯେ, ଅଭିଯୋଗକାରିଣୀ ଅଳେଇଚ ସାହୁଙ୍କ ବାପଘର ଓ ଶାଶୂଘର ଜରଡ଼ା ଗ୍ରାମରେ । ଶ୍ରୀମତୀ ସାହୁ ନିଜ ଜରଡା ବାସଭବନକୁ ତାଲା ପକାଇ ବୁଧବାର ରାତି ପ୍ରାୟ ୮ବେଳେ ଏକ ଜରୁରୀ କାମରେ ବାପ ଘରକୁ ଯାଇଥିଲେ । ଗୁରୁବାର ସକାଳେ ଫେରିଲା ବେଳକୁ ଦୁର୍ବୃତ୍ତ କଳାକନା ବୁଲାଇ ଦେଇଥିବା ଜାଣିବାକୁ ପାଇଥିଲେ । ୧୨ହଜାର ୨ଶହ ଟଙ୍କା ସମେତ ୨୫ ଗ୍ରାମ ଓଜନର ସୁନା ଚେନ୍, ସୁନାର ୨ଟି ଲେଖାଏଁ କାନଫୁଲ ଓ ନାକର ସେଟ୍ ଓ ରୁପା ଗହଣା ନେଇଯାଇଥିଲେ । ଘର ପଛପଟ କାନ୍ଥ ଡେଇଁ ଦୁର୍ବତ୍ତ ଘରେ ପଶିଥିବା ଜଣାପଡ଼ିଥିଲା। କେବଳ ଅଳେଇଚ ନୁହନ୍ତି, ସେଇ ରାତିରେ ଗ୍ରାମର ଅନ୍ୟ ୪ଟି ଘରୁ ମଧ୍ୟ ଚୋରି ଉଦ୍ୟମ ହୋଇଥିବା ଜଣା ପଡିଛି। ଜରଡ଼ା ଅଂଚଳରେ ରାତ୍ରୀକାଳୀନ ପୁଲିସ ପାଟ୍ରୋଲିଂ ଜୋରଦାର କରାଯିବାକୁ ଦାବି ହୋଇଛି।