ମୁଖ୍ୟ ଖବର

ପର୍ଯ୍ୟଟକଙ୍କୁ ଅପହରଣ ପରେ ନିର୍ଘାତ ପିଟିଲେ, ଲୁଟିନେଲେ ସୁନା ଗହଣା ସହ ଲକ୍ଷାଧିକ ଟଙ୍କାର ଜିନିଷ

By Angul TV Bureau

May 30, 2025

ଅନୁଗୁଳ: ଅନୁଗୁଳ ସଦର ଥାନା ଅର୍ନ୍ତଗତ ମୂଷାପାପୁଲିରେ ବଡ଼ ଧରଣର ଲୁଟ୍‌। ଆଜି ସକାଳେ ୮ ଟା ବେଳେ ୧୦ ଜଣ ଦୁର୍ବୃତ୍ତ ଏକ ପର୍ଯ୍ୟଟକ ଦଳଙ୍କୁ ମାଡ଼ ମାରି ସେମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଆଦି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି। ଲୁଟେରା ମାନେ ପର୍ଯ୍ୟଟକଙ୍କ ବୋଲେରୋକୁ ଅପହରଣ କରି ନେଇ ଡେରଜାଙ୍ଗ ଡ୍ୟାମ୍‌ଠାରେ ନିର୍ଘାତ ପିଟିଥିବା ବେଳେ ପୁଲିସ୍ ପହଞ୍ଚି ଉଦ୍ଧାର କରିଛି। ଲୁଟ୍‌ର ଶିକାର ହୋଇଥିବା ଯୁବକମାନେ ହେଲେ, କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ସୁବୁନ୍ କୁମାର ନାୟକ(୩୪), ବିନୋଦ ସେଠୀ(୩୨), ଚିନ୍ମୟ ଦାଶ(୨୬), ସରୋଜ ଜେନା(୨୮) ଓ ଦେବାଶିଷ ବିଶ୍ୱାଳ(୩୮)।

ସୂୂଚନା ମୁତାବକ, ୫ ଜଣ ଯୁବକ ଶୁକ୍ରବାର ଭୋରରୁ ଏକ ବୋଲେରୋ ଯୋଗେ ସମ୍ବଲପୁରକୁ ବୁଲିବାକୁ ଯାଉଥିଲେ। ମାତ୍ର ସକଳ ୮ଟା ବେଳେ ଅନୁଗୁଳ ସହର ଉପକଣ୍ଠ ମୂଷାପାପୁଲି ଠାରେ ଲୁଟ୍‌ର ଶିକାର ହୋଇଥିଲେ। ୧୦ ଜଣ ଲୁଟେରା ତାଙ୍କୁ ମାଡ଼ ମାରି ସେମାନଙ୍କ ଠାରୁ ସୁନା ଚେନ୍, ମୁଦି, ମୋବାଇଲ୍ ଲୁଟି ନେଇଥିଲେ। ଲୁଟେରା ମାନେ ବୋଲେରୋରେ ସମସ୍ତଙ୍କୁ ଅପହରଣ କରି ନେଇ ଡେରଜାଙ୍ଗ ଡ୍ୟାମ୍‌ଠାରେ ନିର୍ଘାତ ପିଟିଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଏକ ଟିମ୍ ଗଠନ କରି ତଦନ୍ତ ଚଳାଇଥିବା ଜଣାଯାଇଛି।