ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ବ୍ଲାକ ଡାଇମଣ୍ଡରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା ଟିପିସିଓଡିଏଲ୍। ଜିଲ୍ଲା ପ୍ରଶାସନ ବିଲ ପୈଠ କରି ନ ଥିବାରୁ ଟିପିସିଓଡିଏଲ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ବ୍ଲାକ ଡାଇମଣ୍ଡର ଫାଟକ ବନ୍ଦ ଥିବାରୁ ବିଜୁଳି ବିଭାଗ କର୍ମଚାରୀ ପାଚେରୀ ଡେଇଁ ବିଜୁଳି ବିଚ୍ଛିନ୍ନ କରିଥିଲେ। ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିବାରୁ ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ବିଜୁଳି ବିଭାଗ ସହ ଯୋଗାଯୋଗ କରାଯିବାରୁ କହିଥିଲେ କି ବ୍ଲାକ୍ ଡାଇମଣ୍ଡରେ ପ୍ରାୟ ୧୮ ଲକ୍ଷ ଟଙ୍କା ବାକି ରହିଥିଲା କିନ୍ତୁ ପୈଠ କରିନଥିଲେ। ମାର୍ଚ୍ଚ ମାସ ଥିବାରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସାତଦିନ ମଧ୍ୟରେ ଟଙ୍କା ପୈଠ କରିବାର ପ୍ରତିଶ୍ରୁତି ଦେବାରୁ ଆଉଥରେ ବିଜୁଳି ସଂଯୋଗ କରାଯାଇଛି।