ମୁଖ୍ୟ ଖବର

ଆକ୍ସନରେ ପ୍ରଶାସନ! ବାଲି ଚୋରାଚାଲାଣ ବେଳେ ଟ୍ରାକ୍ଟର ଜବତ

By Angul TV Bureau

June 01, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ ଶୁଶୁବା ନଦୀ ଘାଟରୁ ବେଆଇନ୍ ବାଲି ଚୋରାଚାଲାଣ ବେଳେ ଏକ ଟ୍ରାକ୍ଟର ଜବତ ହୋଇଛି। ରବିବାର ଭୋରୁ କଣିହାଁ ତହସିଲଦାର ଓ ତାଳଚେର ଖଣି ବିଭାଗ ମିଳିତ ଚଢ଼ଉ କରି ଟ୍ରାକ୍ଟର (ଓଡି ୩୫-୭୦୨୧) ଜବତ କରିଛନ୍ତି। ଆଜି ସକାଳୁ ଜବତ ଟ୍ରାକ୍ଟରକୁ ରେଙ୍ଗାଳି ଥାନାକୁ ଆଣି ତହସିଲଦାର ବଜ୍ରକୋଟ ବାଲିଘାଟକୁ ଯାଇଥିଲେ।

ସୂଚନା ମୁତାବକ, ରେଙ୍ଗାଳି ଥାନା ଅଞ୍ଚଳରେ ଥିବା ବାଲି ଘାଟରୁ ବେଆଇନ ଭାବରେ ପ୍ରତ୍ୟେକ ଦିନ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ଫଳରେ ପ୍ରଶାସନର ମୁଣ୍ଡବିନ୍ଧା ବଢ଼ିଛି। ଆଗାମୀ ଦିନରେ ଚଢଉକୁ ଜୋରଦାର କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି।