ମୁଖ୍ୟ ଖବର

ଏୟାର କୁଲିଂ ହେଲମେଟ୍‌ ପିନ୍ଧିଲେ ଟ୍ରାଫିକ ପୋଲିସ

By Angul TV Bureau

April 20, 2024

 

ଭୁବନେଶ୍ୱର : ଏୟାର କୁଲିଂ ହେଲମେଟ୍‌ ପିନ୍ଧିଲେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ ପୋଲିସ । ପରୀକ୍ଷାମୂଳକ ଭାବେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ ଏୟାର କୁଲିଂ ହେଲମେଟ୍‌ ଆରମ୍ଭ ହୋଇଛି। ପାରଦ ଉପରମୁହାଁ ହୋଇଥିବା ବେଳେ ଟ୍ରାଫିକ କନେଷ୍ଟବଳଙ୍କ ପାଇଁ କାମ କରିବା କଷ୍ଟକର ହେଉଛି। ଏହି ସ୍ୱତନ୍ତ୍ର ହେଲମେଟ୍‌ ଯୋଗୁ ତାପମାତ୍ରା ୮ ରୁ ୧୦ ଡିଗ୍ରୀ କମ୍‌ ହୋଇ ପାରୁଛି। ଫଳରେ ସମସ୍ତ ଟ୍ରାଫିକ କର୍ମଚାରୀ ପ୍ରଚଣ୍ଡ ଖରାରୁ ନିସ୍ତାର ପାଇବେ। ସ୍ୱତନ୍ତ୍ର ଜ୍ଞାନକୌଶଳରେ ତିଆରି ହୋଇଛି ଏହି ଏସି ହେଲମେଟ୍‌। ହେଲମେଟ୍‌ରେ ସ୍ୱତନ୍ତ୍ର ବ୍ୟାଟେରୀ ଯୋଗୁ ଏହାକୁ ସହଜରେ ଚାର୍ଜ ମଧ୍ୟ କରାଯାଇ ପାରିବ। ଥରେ ଚାର୍ଜ କଲେ ଏହା ୮ ଘଣ୍ଟା ଯାଏ କାମ କରିବ। ସବୁଠାରୁ ବଡ଼ କଥା ହେଉଛି ଏହା ଖରାଦିନେ ଥଣ୍ଡା ପବନ ଦେବା ସହିତ ଶୀତ ଦିନେ ଗରମ ପବନ ଦେବ। ପରୀକ୍ଷଣ ସଫଳ ହେଲେ ସବୁ ଟ୍ରାଫିକ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର। ପୂର୍ବରୁ ଗୁଜରାଟ ଓ ଅନ୍ୟ ରାଜ୍ୟରେ ପୋଲିସ ଏହାର ବ୍ୟବହାର କରିସାରିଛି।