ମୁଖ୍ୟ ଖବର

ଟ୍ରଲର ଦୁର୍ଘଟଣା ଗ୍ରସ୍ତ, ଯନ୍ତ୍ରାଂଶ ପଡ଼ି ୧୪ ଘଣ୍ଟା ଜାତୀୟ ରାଜପଥ ଜାମ୍

By Angul TV Bureau

January 12, 2025

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ହନୁମାନ ବଜାର ନିକଟ ଦେଇ ଯାଇଥିବା କେନାଲ ବ୍ରିଜ ଉପରେ ଏକ ଟ୍ରଲର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଫଳରେ ରାଜପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ୩୦ ଟନ ଯନ୍ତ୍ରାଂଶ ବୋଝେଇ ଯାଉଥିବା ଏକ ଟ୍ରଲର (CG07 AY 4578) ଖୋର୍ଦ୍ଧାରୁ ରାୟଗଡ଼ ଯାଉଥିବା ବେଳେ ହନୁମାନ ବଜାର କେନାଲ ବ୍ରିଜ ଅତିକ୍ରମ କଲା ବେଳେ ହଠାତ୍ ସମ୍ମୁଖରୁ ଦୁଇଟି କାର ଆସିବାରୁ ଟ୍ରଲର ଚାଳକ ଦୁଇ କାରକୁ ବଞ୍ଚାଇବାକୁ ଯାଇ ଟ୍ରଲର ବାମକୁ କାଟିଥିଲେ। ଫଳରେ ବାମ ପଟେ ଏକ ଗଛ ଡାଳରେ ଯନ୍ତ୍ରାଂଶ ଲାଗିଯିବାରୁ ଟ୍ରଲର ଭାଙ୍ଗି ଯାଇ ଯନ୍ତ୍ରାଂଶ ତଳେ ପଡ଼ିଯାଇଥିଲା। ପରେ ରାତି ୧୨ଟାରୁ ଦିନ ଦୁଇଟା ଯାଏଁ ୧୪ ଘଣ୍ଟା ଧରି ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଅପରାହ୍ନରେ ୩ ରୁ ୪ ଗୋଟି ହାଇଡ୍ରା ଆସି ଯନ୍ତ୍ରାଂଶକୁ ବ୍ରିଜ ଉପରୁ ହଟାଇବା ଅପରେ ଗାଡି ଚଳାଚଳ ସ୍ଵାଭାବିକ ହୋଇଛି।