ମୁଖ୍ୟ ଖବର

ବିଜୁଳି ତାର ଛିଣ୍ଡି ପଡ଼ିବାରୁ ଅଟକିଲା ଗରିବ ରଥ, ଯାତ୍ରୀ ହନ୍ତସନ୍ତ

By Angul TV Bureau

August 20, 2025

ଅନୁଗୁଳ: ବିଜୁଳି ସମସ୍ୟାରୁ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟ ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ପନ୍ଦରଭରଣୀଆ ରେଲୱେ ଗେଟ୍ ନିକଟରେ ଅଟକିଲା ଗରିବ ରଥ।

ସୂଚନା ଅନୁଯାୟୀ, ଧାନବାଦରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରୁଥିବା ଗରିବ ରଥ ଆଜି ସକାଳ ପ୍ରାୟ ୬.୪୫ଟାରୁ ବୁଢ଼ାପଙ୍କ ରେଳ ଷ୍ଟେସନ ଅତିକ୍ରମ କରିବାର ଥିଲା। ହେଲେ ଠିକ୍ ପନ୍ଦରଭରଣୀଆ ଗ୍ରାମ ରେଲୱେ କ୍ରସିଂ ଗେଟ୍ ଅଞ୍ଚଳରେ ରେଳ ଚଳାଚଳ ପାଇଁ ଥିବା ଓଏଚଇ ତଥା ଓଭର ହେଡ୍ ଇରେକ୍ସନ ବିଜୁଳି ତାର ଛିଣ୍ଡି ଥିବାରୁ ଗାଡ଼ି ଠିଆ ହୋଇ ରହିଥିଲା। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଭୁବନେଶ୍ବରରୁ ବିମାନ ଯାତ୍ରା କରିବାକୁ ଥିବା ଯାତ୍ରୀ ବଅଁରପାଳ ଅଞ୍ଚଳରୁ ଗାଡ଼ି ଭଡ଼ା କରି ଯାଉଥିବା ଦେଖିବାକୁ ମିଳିଥିଲା।