ମୁଖ୍ୟ ଖବର

ଏବେ ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଟ୍ରେନ୍ ଯାତ୍ରୀ

By Angul TV Bureau

February 07, 2023

ଅନୁଗୁଳ: ଟ୍ରେନ୍‌ରେ ଯାତ୍ରା ବେଳେ ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଯାତ୍ରୀ। ଭାରତୀୟ ରେଲୱେ ଏହି ନୂଆ ଅନ୍ ଲାଇନ୍ ଖାଦ୍ୟ ଅର୍ଡର ସେବାର ଆରମ୍ଭ କରିଛି। ଭାରତୀୟ ରେଲୱେର ପିଏସୟୁ , ଆଇଆରସିଟିସି (ଭାରତୀୟ ରେଲୱେ ଖାଦ୍ୟପେୟ ଓ ପର୍ଯ୍ୟଟନ ନିଗମ) ରେଳ ଯାତ୍ରୀଙ୍କ ପାଇଁ ଇ-କ୍ୟାଟରିଂ ସେବା ମାଧ୍ୟମରେ ଭୋଜନ ଅର୍ଡର କରିବାକୁ ହ୍ୱାଟ୍ସଆପ୍ ଯୋଗାଯୋଗ ଆରମ୍ଭ କରିଛି । ହ୍ଵାଟ୍ସଆପ୍‌ ନମ୍ବର 91-8750001323ରେ ମେସେଜ୍ ବା ଫୋନ୍ କରି ଏହି ସୁବିଧା ହାସଲ କରିପାରିବେ । ଯାତ୍ରୀଙ୍କ ପାଇଁ ଇ-କ୍ୟାଟରିଂ ସେବାର ସବୁ ପ୍ରଶ୍ନକୁ ହ୍ୟାଣ୍ଡଲ କରିବାକୁ ରେଲୱେ ପାୱାର ଚାଟବଟ୍ ଆରମ୍ଭ କରିଛି। ଏଥିପାଇଁ କି ଯାତ୍ରୀଙ୍କ ପସନ୍ଦ ଅନୁସାରେ ତାଙ୍କୁ ଉଚିତ ସମୟରେ ଭୋଜନ ଦିଆଯାଇ ପାରିବ । ହେଲେ ଏହି ସୁବିଧା ଏବେ କିଛି ସ୍ବତନ୍ତ୍ର ଟ୍ରେନ୍‌ରେ ହିଁ ଯାତ୍ରୀଙ୍କୁ ଦିଆଯିବ । ଗ୍ରାହକଙ୍କ ଫିଡବ୍ୟାକ୍ ଓ ପରାମର୍ଶ ଆଧାରରେ ଏହାକୁ ଅନ୍ୟ ଟ୍ରେନ୍‌ ଗୁଡ଼ିକରେ ମଧ୍ୟ ଲାଗୁ କରାଯିବ । ଆଇଆରସିଟିସି ଏକ ବିଶେଷ ଭାବେ ବିକଶିତ ୱେବସାଇଟ୍ ସହ ନିଜର ଇ-କ୍ୟାଟରିଂ ଫୁଡ୍ ଆପ୍ ମାଧ୍ୟମରେ ଇ-କ୍ୟାଟରିଂ ସେବା ଆରମ୍ଭ କରିଛି।