ମୁଖ୍ୟ ଖବର

ମେରାମଣ୍ଡଳୀ ଅପଗ୍ରେଡ଼ ପାଇଁ ଟ୍ରେନ ସେବା ବ୍ୟାହତ

By Biswaranjan Pattnaik

April 11, 2025

ଅନୁଗୁଳ: ମେରାମଣ୍ଡଳୀ ଷ୍ଟେସନ ଅପଗ୍ରେଡ଼ ପାଇଁ ଆସନ୍ତା ଏପ୍ରିଲ ୧୩ ତାରିଖରୁ ୨୪ ତାରିଖ ମଧ୍ୟରେ ଅନେକଗୁଡିଏ ଟ୍ରେନ ବାତିଲ କରିବା ସହ ଆଉ କିଛି ଟ୍ରେନର ଗତିପଥ ପରିବର୍ତନ କରିଛି ପୂର୍ବ ତଟ ରେଳପଥ। ଏକ ବିବୃତିରେ ଏଭଳି ଘୋଷଣା କରିବା ସହ ସର୍ବଶେଷ ତଥ୍ୟ ପାଇବା ପାଇଁ ରେଳ ବିଭାଗର ହେଲ୍ପ ଲାଇନର ସହାୟତା ନେବାକୁ ଘୋଷଣା କରିଛି ରେଳ ବିଭାଗ।ବୁଢାପଙ୍କ-ସାଲେଗାଁଓ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ ରେଳପଥ ନିର୍ମାଣ କାର୍ଯ୍ୟ  ସାଙ୍ଗକୁ ଟ୍ରାକ ଲିଙ୍କିଙ୍ଗ ଏବଂ ନନ ଇଣ୍ଟରଲକିଙ୍ଗ କାର୍ଯ୍ୟ ପାଇଁ ଅନେକ ଗୁଡିଏ ଟ୍ରେନ ବାତିଲ କରାଯାଇଛି।

ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର, ସୋନପୁର-ପୁରୀ ଏକ୍ସପ୍ରେସ, ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ, ରାଉରକେଲା-ପୁରୀ -ରାଉରକେଲା ଏକ୍ସପ୍ରେସ, ଏଲଟିଟି-ପୁରୀ-ଏଲଟିଟି, ଇନ୍ଦର-ପୁରୀ-ଇନ୍ଦର ଏକ୍ସପ୍ରେସ, ସମ୍ବଲପୁର-ସାଲିମାର ଏକ୍ସପ୍ରେସ ଆଦି ଟ୍ରେନ ଗୁଡିକୁ ବାତିଲ କରାଯାଇଛି। ଯାତ୍ରୀ ମାନେ ସଠିକ ଏବଂ ତାଜା ତଥ୍ୟ ପାଇବା ପାଇଁ ରେଳ ବିଭାଗର ହେଲପଲାଇନ ବା ସହାୟତା ନମ୍ବର ସହ ଯୋଗାଯୋଗ କରିବାକୁ କୁହାଯାଇଛି।