ମୁଖ୍ୟ ଖବର

ଆରବିଆଇ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ବ୍ଲକସ୍ତରୀୟ ‘ଟ୍ରେନ୍-ଦି-ଟ୍ରେନର’ କାର୍ଯ୍ୟକ୍ରମ ଆୟୋଜିତ

By Biswaranjan Pattnaik

August 09, 2024

ଅନୁଗୁଳ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନୁଗୁଳସ୍ଥିତ ପିଟିସି ନୋଡାଲ ହାଇସ୍କୁଲଠାରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଆଜି ଏକ ବ୍ଲକସ୍ତରୀୟ ‘ଟ୍ରେନ୍-ଦି-ଟ୍ରେନର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ଅନୁଗୁଳ ଏବଂ ବଅଁରପାଳ ବ୍ଲକର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ୬୯ବଜଣ ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଅନୁଗୁଳର ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ରିଜର୍ଭ ବ୍ୟାଙ୍କର ପ୍ରବନ୍ଧକ ବିନୋଦ କୁମାର ଦାସ ଆର୍ଥିକ ସାକ୍ଷରତା, ଶିକ୍ଷା ଋଣ ପାଇଁ ବିଦ୍ୟା ଲକ୍ଷ୍ମୀ ପୋର୍ଟାଲ, ଡିଜିଟାଲ ବ୍ୟାଙ୍କିଙ୍ଗ, ବିଭିନ୍ନ ପ୍ରକାର ଠକେଇ, ସାଇବର ସୁରକ୍ଷା, ବ୍ୟାଙ୍କରେ ଅଭିଯୋଗ ସମାଧାନ ବ୍ୟବସ୍ଥା, ଆରବିଆଇର ସମନ୍ବିତ ଲୋକପାଳ ଯୋଜନା ଇତ୍ୟାଦି ସମ୍ବନ୍ଧରେ ବିଭିନ୍ନ ଅଧିବେଶନ ନେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଡିଏସ୍ଏସ୍ ଅମୂଜ କୁମାର ଗଡ଼ନାୟକ, ଏଲଡିଏମ ଚୌଧୁରୀ ଦୀପକ ମିଶ୍ର, ଆରବିଆଇର ଅଧିକାରୀ ଆଶୁତୋଷ ଦାଶ, ପିଟିସି ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ କେଦାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।