ଅନ୍ୟାନ୍ୟ

ଉଦ୍ୟାନ କୃଷି ଉପରେ ତାଲିମ ଶିବିର

By Biswaranjan Pattnaik

August 21, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଲକ୍ଷ୍ମିଧରପୁର ବନ ସଂରକ୍ଷଣ ସମିତି ପରିସରରେ ଗତ ୧୯ ତାରିଖରେ ଉଦ୍ୟାନ କୃଷି ଓ ଚାରା ପରିଚାଳନା ଉପରେ ୧୨ ଦିନିଆ ତାଲିମ ଶିବିର ଆୟୋଜିତ ହୋଇଯାଇଛି।

ୟୁକୋ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଓ ଅନୁଗୁଳ ଫରେଷ୍ଟ ଡିଭିଜନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ତାଲିମ ଶିବିରରେ ମାଧବ ଚନ୍ଦ୍ର ନାୟକ,ରେଞ୍ଜ ଅଫିସର,ଦେବାଶିଷ ସାହୁ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ,ବିଶ୍ଵ ଯୁବକେନ୍ଦ୍ର ନିର୍ଦ୍ଦେଶକ ମନୋଜ ମହାପାତ୍ର,ବସନ୍ତ ଗଡ଼ନାୟକ ଫରେଷ୍ଟର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ତାଲିମ ନେଉଥିବା ହିତାଧିକାରୀଙ୍କୁ ଉଦ୍ୟାନ କୃଷିରେ କିଭଳି ସଫଳତା ପାଇହେବ ତାହା ବୁଝାଇଥିଲେ। ହିତାଧିକାରୀ ମାନେ ପରିବା ଚାଷ ସହିତ ଚାରା କିଭଳି ସୁରକ୍ଷିତ ରଖିବେ,ରୋପଣ କରିବେ ତାହା ତାଲିମ ନେଇଥିଲେ।ଶିବିରର ମୂଳ ଲକ୍ଷ୍ୟ ଥିଲା ଚାଷୀ ମାନେ ଏହି ତାଲିମ ନେଇ ନିଜ ପରିବାରକୁ ରୋଜଗାର ଦେବା ସହ କିଭଳି ଆତ୍ମ ନିର୍ଭରଶିଳ ହୋଇପାରିବେ।