ଅନ୍ୟାନ୍ୟ

ସ୍ୱୟଂ ସହାୟକ ଗୋଷ୍ଠୀର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ କାର୍ଯ୍ୟକ୍ରମ, ଯୋଗଦେଲେ ଓଡ଼ିଶା ଜୀବିକା ମିଶନର କର୍ମଚାରୀ

By Sanjeeb Biswal

January 14, 2023

ଅନୁଗୁଳ: ସ୍ବେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ନାବାର୍ଡ ତରଫରୁ ତୁକୁଡ଼ା ସ୍ଥିତ ଓଡ଼ିଶା ଜୀବିକା ମିଶନ ତାଲିମ୍ ଗୃହ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ୍ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ପ୍ରଶାନ୍ତ ସାହୁ ଉଦଘାଟନ କରିବା ସହ କିଭଳି ଭାବେ ସଦସ୍ୟାଙ୍କର ଆର୍ଥିକ ଉନ୍ନତି ହେବ ସେ ବାବଦରେ ବୁଝାଇଥିଲେ। ଓଡ଼ିଶା ଜୀବିକା ମିଶନର ପ୍ରତାପ ଦାସ ଯୋଗଦାନ କରି ଗୋଷ୍ଠୀର ବିଶେଷତ୍ଵ ସହ ବିଭିନ୍ନ ଯୋଜନା ଏବଂ ମା’ମାନେ ସଫଳ ଔଦ୍ୟୋଗୀ ବିକାଶ କ୍ଷେତ୍ରରେ ସାମିଲ୍ ହେବା ସହ ନିଜର ଆର୍ଥିକ ବିକାଶ କରି ପାରିବେ ସେ ବିଷୟରେ ବୁଝାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍ ଜରପଡ଼ାର ପ୍ରବନ୍ଧକ ଅମୂଲ୍ୟ କୁମାର ସାହୁ, ନାବାର୍ଡର ଅଧିକାରୀ ଶରତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଗୋଷ୍ଠୀ ମହିଳାଙ୍କୁ ବିଭିନ୍ନ ଋଣ ବିଷୟରେ ବୁଝାଇଥିଲେ। ପ୍ରଭୃତି ଯୋଗଦାନ କରିଥିଲେ। ଫାଉଣ୍ଡେସନ୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ମମତାରାଣୀ ବିଶିମାଝୀ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମିଶନଶକ୍ତି, ତୁକୁଡ଼ା ମିନିବ୍ୟାଙ୍କ ଏବଂ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସହ ୩୫ ରୁ ଊର୍ଦ୍ଧ୍ଵ ସଦସ୍ୟା ଭାଗ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଞ୍ଜଳି ସାହୁ, ଗୀତାଞ୍ଜଳି ସାହୁ, ମହାଦେବ ଦାସ ପ୍ରମୁଖ ଯୋଗ ଦେଇଥିଲେ।