ମୁଖ୍ୟ ଖବର

ଭାରପ୍ରାପ୍ତ ଅଧିକାରୀରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ: ମେଡିସିନ ସ୍ପେସାଲିଷ୍ଟଙ୍କ ବଦଳି

By Biswaranjan Pattnaik

December 26, 2022

ଅନୁଗୁଳ: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଦୁଇ ଡାକ୍ତରଙ୍କ ବଦଳି ହୋଇଛି।ମେଡିସିନ ସ୍ପେସାଲିଷ୍ଟ ଡା ଦିଗାମ୍ବର ସାହୁଙ୍କୁ ସରକାର ପଦୋନ୍ନତି ଦେଇ କାମାକ୍ଷା ନଗର ହସ୍ପିଟାଲ ସୁପରିନଟେଣ୍ଡେଣ୍ଟ ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କ ସ୍ଥାନରେ ସର୍ଜରି ବିଶେଷଜ୍ଞ ଡା ପ୍ରଦୀପ ମଲ୍ଲିକଙ୍କୁ ଅନୁଗୁଳରେ ନିଯୁକ୍ତି ଦେଇଛନ୍ତି। ଅନୁଗୁଳ ମେଡିକାଲରେ ଦୁଇ ମେଡିସିନ ସ୍ପେସାଲିଷ୍ଟ ମଧ୍ୟରୁ ଏବେ ଜଣକରେ କେମିତି କାମ ଚାଲିବ ସେଥିନେଇ ଚିନ୍ତା ବଢିଛି।

ଅନ୍ୟପକ୍ଷରେ ଅନୁଗୁଳ ମେଡିକାଲରେ ବିଭାଗୀୟ ଅଧିକାରୀ ପଦବୀରେ ସ୍ଥାୟୀ ନିଯୁକ୍ତି ନଦେଇ ଭାରପ୍ରାପ୍ତ ଡାକ୍ତରରେ କାମ ଚଳାଯାଉଛି। ଟିବି,ଡିଏମଓ ଅଫିସ,ଏଡିଏମଓ ଜନ ସ୍ଵାସ୍ଥ୍ୟ ବିଭାଗରେ କାମଚଳା ଅଧିକାରୀ ରହିଛନ୍ତି।ଏଭଳି ସମୟରେ ଆଜି ଅନୁଗୁଳ ପରିବାର କଲ୍ୟାଣ ଅଧିକାରୀ ଦିଲୀପ ପଟ୍ଟନାୟକଙ୍କୁ କ୍ୟାପିଟାଲ ହସ୍ପିଟାଲ ବଦଳି କରିଥିବାବେଳେ ତାଙ୍କ ସ୍ଥାନରେ କାହାରିକୁ ଦିଆ ଯାଇ ନାହିଁ। ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରତି ଏଭଳି ହତାଦର ନେଇ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓଲ୍ହାଇବାର ଆଶଙ୍କା ସୃଷ୍ଟି କରିଛି।