ଅନ୍ୟାନ୍ୟ

ସ୍କୁଲ ପଡ଼ିଆ ମଝିରେ ମୁକୁଳା ହୋଇ ପଡ଼ିଛି ଟ୍ରାନ୍ସଫର୍ମର: ନେଇସାରିଲାଣି ୨ ଜୀବନ, ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

By Angul TV Bureau

November 24, 2022

ଅନୁଗୁଳ: ଅନୁଗୁଳ ଜିଲ୍ଲା କରଡ଼ା ଗାଡ଼ିଆ ପଞ୍ଚାୟତ କୁଶାସିଙ୍ଗା ଗାଁରେ ମୁକୁଳା ହୋଇ ପଡ଼ିଛି ଟ୍ରାନ୍ସଫର୍ମର। ମହୁଲ ବୁରି ସାହି ପ୍ରକଳ୍ପ ପ୍ରାଥମିକ ସ୍କୁଲ ସମ୍ମୁଖରେ ଥିବା ପଡ଼ିଆ ମଝିରେ ଏହି ଟ୍ରାନ୍ସଫର୍ମର ଥିବାରୁ ସ୍କୁଲ ପିଲା ଏଠାରେ ଖେଳିବାକୁ ଭୟ କରୁଛନ୍ତି। ଉଚ୍ଚ କ୍ଷମତା ସମ୍ପନ୍ନ ଏହି ଟ୍ରାନ୍ସଫର୍ମରକୁ ଆଢୁଆଳ କରିବାକୁ ବିଦ୍ୟୁତ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ନିକଟରେ ଗୋଟିଏ ଗୋରୁ ଏବଂ ଛେଳି ଇଲେକ୍ଟ୍ରି ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ଏଣୁ ଗୋରୁ ଗାଈ ଚରାଇବା ପାଇଁ ମଧ୍ୟ ଭୟ ଲାଗୁଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏହି ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଗ୍ରାମବାସୀ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ନ ମିଳିବାରୁ ଆଜି ବାଧ୍ୟ ହୋଇ ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି। ଏଥିସହ ଯଥା ଶୀଘ୍ର ଏହି ଟ୍ରାନ୍ସଫର୍ମରକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଛନ୍ତି।