ମୁଖ୍ୟ ଖବର

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଗସ୍ତ ପୂର୍ବରୁ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Angul TV Bureau

May 19, 2024

 

ଅନୁଗୁଳ: ଆସନ୍ତାକାଲି ଦିନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଗୁଳ ଜିଲ୍ଲା ନାଲକୋ ଷ୍ଟାଡିୟମ ଠାରେ ଏକ ବିରାଟ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ।ଏନେଇ ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବେଶ ସ୍ଥଳ ପରିଦର୍ଶନ କରିବା ସହ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାରେ ଅନୁଗୁଳ ଜିଲ୍ଲା ସବୁଠୁ ଅଧିକ ଲାଭ ପାଇଛି।ଏଫ୍ସିଆଇ ସାର କାରଖାନା, ଥର୍ମାଲ ପ୍ଲାଣ୍ଟ, ରେଳପଥ, ରାଜପଥ ପାଇଁ ପ୍ରଚୁର ଅର୍ଥ ଯୋଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଣୁ ଜିଲ୍ଲା ବାସୀ ଉତ୍କଣ୍ଠାର ସହ ମୋଦିଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।