ଅନ୍ୟାନ୍ୟ

ଅନନ୍ତ ଡିଏଭିରେ ସ୍ଵଚ୍ଛତା ଶପଥ ପାଠୋତ୍ସବ

By Angul TV Bureau

September 01, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହାନଦୀ କୋଲ୍ ଫିଲ୍ଡ଼,ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ସ୍ଵଚ୍ଛତା ପକ୍ଷର ପ୍ରଥମ ଦିବସରେ ସ୍ଵଚ୍ଛତା ଶପଥ ପାଠ ହୋଇଯାଇଅଛି।ବିଦ୍ୟାଳୟର ଅଧ୍ୟକ୍ଷା ଜ୍ୟୋତି ମିଶ୍ର,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ଦଶମ ଓ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଗଣ ସ୍ଵଚ୍ଛତା ନିମିତ୍ତ ଶପଥ ପାଠ କରିଥିଲେ।ବୁଧବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଉଭୟ ଅଫ୍ ଲାଇନ୍ ଏବଂ ଅନ୍ ଲାଇନ୍ ମାଧ୍ୟମରେ ପରିଚାଳିତ ହୋଇଥିଲା।ବିଦ୍ୟାଳୟର ଅଧ୍ୟାପକ ଅଞ୍ଜନ ମୁଦୁଲି ଏହି ଉତ୍ସବର ମଞ୍ଚ ସଞ୍ଚାଳନ କରିଥିବା ବେଳେ ଶିକ୍ଷକ ସୀମାଞ୍ଚଳ ପତି ବୈଷୟିକ ସହଯୋଗ କରିଥିଲେ।ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ପ୍ରଭାକର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ।