ମୁଖ୍ୟ ଖବର

ଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ କହିଲେ ପରିବହନ ମନ୍ତ୍ରୀ, ବିଜେଡିକୁ ମାଗିଲେ ଜବାବ

By Angul TV Bureau

July 10, 2024

ଭୁବନେଶ୍ବର: ଲକ୍ଷ୍ମୀ ବସର ରଙ୍ଗ ବଦଳାଇବା ପଛର କାରଣ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି, ଲକ୍ଷ୍ମୀ ବସରେ କୌଣସି ରଙ୍ଗ ନଥିଲା। ଏଥିରେ ଷ୍ଟିକର ମରା ଯାଇଥିଲା। ଗୋଟିଏ ଦଳର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ସେମାନେ ତାଙ୍କ ଦଳର ରଙ୍ଗ ଲଗାଇଥିଲେ। ଏହା ସହ ତାଙ୍କର ଦଳୀୟ ସଙ୍କେତ ମଧ୍ୟ ବସରେ ସ୍ଥାନିତ ହୋଇଥିଲା। ତାକୁ ଯେତେବେଳେ ବାହାର କରାଗଲା, ସେତେବେଳେ ପୂର୍ବରୁ ଥିବା ଷ୍ଟେଟ୍ ଟ୍ରାନ୍ସପୋର୍ଟର ରଙ୍ଗକୁ ଲଗାଇବା ପାଇଁ ଚେଷ୍ଟା କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ମଧ୍ୟ ସେ ବିଜେଡିକୁ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ରଥଯାତ୍ରା ପାଇଁ ପ୍ରତି ବ୍ଲକରୁ ପୁରୀ ଆସିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏବେ ସେହି ବସରେ ହିଁ ପୂର୍ବ ଓଏସଆରଟିସି ରଙ୍ଗ ଲଗାଯାଇ ପୁରୀ ଅଣାଯାଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଅର୍ଥାତ ଆଗକୁ ସବୁ ବସରେ ରଙ୍ଗ ଲାଗିବ। ରଙ୍ଗ ଏକ ବିବାଦ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।