ମୁଖ୍ୟ ଖବର

ଟ୍ରମା କେୟାର ଆଇସିୟୁ କାର୍ଯ୍ୟକ୍ଷମ ଖୁବ୍ ଶୀଘ୍ର

By Biswaranjan Pattnaik

August 06, 2026

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଟ୍ରମା କେୟାର ଆଇସିୟୁକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ଅବ୍ଦାଲ୍ ଏମ ଅଖତାର ନିର୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳ ବରିଷ୍ଠ ଅଧିକାରୀ ମାନଙ୍କ ଏକ ଟିମ୍ ନେଇ ଡାକ୍ତରଖାନା ପରିଦର୍ଶନରେ ଯାଇଥିଲେ। ହସ୍ପିଟାଲ ଭିତରେ ବର୍ଷା ଜଳକୁ ନିଷ୍କାସନ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏଥିସହ ହସ୍ପିଟାଲ ସୀମା ବାହାରେ ୪୦୦ ମିଟରର ଏକ ଡ୍ରେନ୍ ନିର୍ମାଣ କରି ବର୍ଷା ଜଳ ଯେଭଳି ଭିତରକୁ ପଶି ନପାରିବ ତାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଜିଇଡିକୁ ଟ୍ରମା କେୟାର ଇଲେକ୍ଟ୍ରିଫିକେଶନ କାମ ତୁରନ୍ତ ସରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।