ଅନୁଗୁଳ: ଆଠମଲ୍ଲିକ ମହାବିଦ୍ୟାଳୟ ଛାତ୍ରାବାସରେ ଉଦ୍ଘାଟିତ ହୋଇଥିବା କରୋନା ଯତ୍ନକେନ୍ଦ୍ର ମଙ୍ଗଳବାରଠାରୁ କାର୍ଯ୍ୟକ୍ଷମ ହୋଇଛି। ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରୁ ଅଟୋ ଆମ୍ବୁଲାନ୍ସରେ ପ୍ରଥମ କରି ଦୁଇଜଣ ରୋଗୀ ଏଠାକୁ ଆସିଛନ୍ତି। ତାଙ୍କ ମଧ୍ୟରୁ ଜଣେ ସାନହୁଲା ପଞ୍ଚାୟତ ଓ ଅନ୍ୟଜଣକ କମ୍ପଲା ପଞ୍ଚାୟତର। କରେନା ସଂକ୍ରମିତଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ଆଣିବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ପକ୍ଷରୁ ଗତ ୧୮ ତାରିଖରୁ ଅଟୋ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଛି। ଉଭୟ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲଥିବା ଭାରପ୍ରାପ୍ତ ଉପଖଣ୍ଡ ଚିକିତ୍ସାଧିକାରୀ ଡ଼ା. ଅନୀଲ ଦେ ପ୍ରକାଶ କରିଛନ୍ତି ।