ଅନୁଗୁଳ: ବୁଧବାର ଅପରାହ୍ନରେ ଅନୁଗୁଳ ବନ ବିଭାଗ ପକ୍ଷରୁ ଉଦ୍ଧାର ହାତୀର ଚିକିତ୍ସା ଜାରି ରହିଛି। ଅନୁଗୁଳ ଓ ଢେଙ୍କାନାଳ ଫରେଷ୍ଟ ଡିଭିଜନର ରାପିଡ ରେସ୍ପନସ କର୍ମଚାରୀ ଏବଂ ମୋବାଇଲ ଭେଟେନାରି ୟୁନିଟର ସହାୟତାରେ ହାତୀର ଚିକିତ୍ସା ଚାଲିଛି।
ସୂଚନାଯୋଗ୍ୟ ଯେ ବୁଧବାର ଅପରାହ୍ନରେ ଫରେଷ୍ଟ ଡିଭିଜନ ତାଳଚେର ରେଞ୍ଜର ଗଣ୍ଠିଗାଡ଼ିଆ ବିଟ୍ ଅନ୍ତର୍ଗତ ବଡ଼ଖଳି ଗାଁ ନିକଟରେ ଏକ ଅସୁସ୍ଥ ହାତୀ ବୁଲୁଥିବା ନେଇ ବନ ବିଭାଗ ପାଖରେ ଖବର ପହଞ୍ଚିଥିଲା। ବନ ବିଭାଗ ଅଧିକାରୀମାନେ ତୁରନ୍ତ ପହଞ୍ଚି ହାତୀର ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତେବେ ଆଜି ବି ହାତୀର ଚିକିତ୍ସା ଜାରି ରହିଛି। ହାତୀର ସ୍ବାସ୍ଥ୍ୟରେ କେତେ ଉନ୍ନତି ଘଟୁଛି ସେନେଇ ୟୁନିଟ ପକ୍ଷରୁ ମନିଟରିଂ କରାଯିବା ସହ ସମସ୍ତ ଔଷଧପତ୍ର ଦିଆଯାଉଥିବା ସୂଚନା ମିଳିଛି।