ଘଟଣା ଓ ଦୁର୍ଘଟଣା

ଲଗାଣ ବର୍ଷା ହେଲା କାଳ: ଘର ଉପରେ ଭାଙ୍ଗିଲା ପଣସ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

By Angul TV Bureau

July 07, 2025

ଅନୁଗୁଳ: ଅନୁଗୁଳରେ ବର୍ଷା ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଚାରିଦିନ ଧରି ଚାଲିଥିବା ଲଗାଣ ବର୍ଷା ଯୋଗୁ ରବିବାର ପେଚାମୁଣ୍ଡି ପଞ୍ଚାୟତ ଜୋକପାଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଗଛ ଭାଙ୍ଗିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

ସୂଚନା ମୁତାବକ, ମଙ୍ଗଲ ମୁଣ୍ଡାଙ୍କ ଟାଇଲ ଛପର ଘର ପାଖରେ ଥିବା ଏକ ବଡ ପଣସ ଗଛ ଘର ଉପରେ ଭାଙ୍ଗିପଡ଼ିଥିଲା। ମଙ୍ଗଳ ମୁଣ୍ଡାଙ୍କ ୭ ଜଣ ପରିବାର ଲୋକେ ସୌଭାଗ୍ୟକ୍ରମେ ବଞ୍ଚିଯାଇଥିବା ଜଣାପଡ଼ିଛି। ଖବର ପାଇ ପେଚାମୁଣ୍ଡି ସରପଞ୍ଚ ରମେଶ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ସେବା ବିଭାଗ ଏବଂ ତହସିଲ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଗଛ କାଟି ସଫା କରିଥିବା ବେଳେ ତହସିଲ ପକ୍ଷରୁ ପଲିଥିନ ଯୋଗାଇ ଦିଆଯାଇଛି।