ଘଟଣା ଓ ଦୁର୍ଘଟଣା

ଟ୍ରକ ଉପରେ ପଡ଼ିଲା ଗଛ, ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍

By Angul TV Bureau

June 01, 2022

ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ନିକଟରେ ଥିବା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଏକ ଟ୍ରକ ଉପରେ ଗଛ ଭାଙ୍ଗି ପଡ଼ିବାରୁ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବର୍ଷା ଘଡ଼ଘଡ଼ି ସହ ପ୍ରବଳ ପବନ ବହିଥିଲା। ଫଳରେ ନାଲକୋ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଗଛ ଭାଙ୍ଗି ଯାଇ ରାସ୍ତାରେ ଆସୁଥିବା ଏକ ଟ୍ରକ ଉପରେ ପଡ଼ି ଯାଇଥିଲା। ଏଥିରେ ଟ୍ରକ ଚାଳକଙ୍କର କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡ଼ିଛି। ଫଳରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଛି।