ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଓ ଏନଟିପିସି ଥାନା ଅଞ୍ଚଳରେ ବିଭିନ୍ନ ଚୋରିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।ସୂଚନା ମୁତାବକ, କଣିହାଁ ପୋଲିସ ୨୦୨୪ ମସିହାରେ ଏକ ବାଇକ ଚୋରିରେ ସମ୍ପୃକ୍ତ ନାଲମ ଗ୍ରାମର ମାନସ ନାଏକ ଓ ହନୁମାନପୁର ଗ୍ରାମର ସୁଶାନ୍ତ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେହିପରି ଏନଟିପିସି ଥାନା ପୋଲିସ ଏନଟିପିସି ପ୍ଲାଣ୍ଟ ଭିତରୁ କେବୁଲ ତାର ଚୋରିରେ ସଂପୃକ୍ତ ଉତ୍ତର ପ୍ରଦେଶର ବାସିନ୍ଦା ବର୍ତ୍ତମାନ ଏନଟିପିସି ଥାନା ରଙ୍ଗବେଡ଼ାରେ ରହୁଥିବା ଜୟ କୁମାର ଜଇସ୍ୱାଲକୁ ଗିରଫ କରିଛି। ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ତାଳଚେର କୋର୍ଟ ଚାଲାଣ କରିଥିବା ଜଣାଯାଇଛି।