ବନ୍ତଳା: ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅବସରରେ ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁରୁବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଅନୁଗୋଳ ବ୍ଲକ ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାସ୍ଥିତ ପିଏମ ଶ୍ରୀ ନବୋଦୟ ବିଦ୍ୟାଳୟ ପରିସର ଓ ମହିଧରପୁର ମୁଖ୍ୟ ରାସ୍ତାରେ ୨୩୨ଟି ଗଛ ରୋପଣ କରାଯାଇଛି। ବିଦ୍ୟାଳୟର ଏନସିସି କ୍ୟାଡେଟ, ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ବରାଳଙ୍କ ନେତୃତ୍ୱରେ ଏହା ସଂପନ୍ନ ହୋଇଥିଲା।
ସେହିପରି ବେଡ଼ା ଶାସନ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ଧୋକୁଟା ଓ ବନ୍ତଳା ଉଚ୍ଚ ବିଦ୍ୟାଳୟରେ ସ୍କାଉଟ, ରେଡ଼କ୍ରସ ଓ ଶିକ୍ଷକଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଗଛ ରୋପଣ କରାଯାଇଛି। ପରିବେଶବିତ ଓ ବୁଦ୍ଧିଜୀବୀମାନେ ଏହି କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ, ଗଛଗୁଡିକର ରକ୍ଷଣାବେକ୍ଷଣ ନେଇ ଆଶଙ୍କା ପ୍ରକାଶ କରିଛନ୍ତି।