ଅନ୍ୟାନ୍ୟ

ବିଜୁ ଯୁବ ଜନତା ଦଳ ପକ୍ଷରୁ ବୃକ୍ଷରୋପଣ

By Angul TV Bureau

July 03, 2022

ଅନୁଗୁଳ: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଆଜି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ବନ୍ତଳା ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ିଶା ମୋ ପରିବାର ଓ ବିଜୁ ଯୁବ ଜନତା ଦଳ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୨୫ଟି ଗଛ ଲଗାଯାଇଛି। ବନ୍ତଳା ଫରେଷ୍ଟ ରେଞ୍ଜ ତରଫରୁ ଏହି ବୃକ୍ଷ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଭକ୍ତି ପ୍ରସାଦ ଦାସ, ମ୍ୟୁନିସିପାଲିଟି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ରାଉତ, ବିଜୁ ଯୁବ ଜନତା ଦଳର ଜିଲ୍ଲା ଡିଜିଟାଲ ସମ୍ପାଦକ ଚିନ୍ମୟ ପ୍ରସାଦ ସାହୁ ଓ ମ୍ୟୁନିସିପାଲିଟି ଡିଜିଟାଲ ସମ୍ପାଦକ ପ୍ରଶାନ୍ତ ଦେହୁରୀ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳର ବନ୍ତଳା ପଞ୍ଚାୟତର ଯୁବ ନେତା କିଶୋର କୁମାର ସାହୁ, ଦିବାକର ସାହୁ, ରାକେଶ ପ୍ରଧାନ, ଜିତେନ୍ଦ୍ର ସାହୁ, ଟୁକୁନା ପ୍ରଧାନ, ସୁଦର୍ଶନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।