ଅନ୍ୟାନ୍ୟ

ଦିବଂଗତ ସେନା ଅଧିକାରୀ କର୍ନେଲ ପ୍ରଣବ ବୈଶଙ୍କୁ ଅନୁଗୋଳ ଡିଫେନ୍ସ ଭେଟେରାନ୍ସର ଶ୍ରଦ୍ଧାଞ୍ଜଳି

By Biswaranjan Pattnaik

November 26, 2026

ଅନୁଗୋଳ: ଦିବଂଗତ ସେନା ଅଧିକାରୀ ତଥା ଜିନ୍ଦଲ କମ୍ପାନୀର ବରିଷ୍ଠ ସୁରକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ନେଲ ପ୍ରଣବ ବୈଶଙ୍କୁ ଅନୁଗୋଳ ଡିଫେନ୍ସ ଭେଟେରାନ୍ସ (ଏଡିଭି) ପକ୍ଷରୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମାତ୍ର ୪୯ ବର୍ଷ ବୟସରେ ହୃଦଘାତରେ କର୍ନେଲ ପ୍ରଣବଙ୍କ ପରଲୋକ ଘଟିଥିବା ଜଣାପଡ଼ିଛି। ତାଙ୍କ ପୈତୃକ ଘର ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ।

ତାଙ୍କ ବିୟୋଗ ଖବର ପାଇ ଅନୁଗୋଳ ଡିଫେନ୍ସ ଭେଟେରାନ୍ସର ସଭାପତି ଅନିଲ କୁମାର ମହାନ୍ତି ନିଜ ସହଯୋଗୀମାନଙ୍କ ସହ ଅନୁଗୋଳ ମେଡିକାଲ ପରିସରରେ ପହଞ୍ଚି ଦିବଂଗତ ସେନା ଅଧିକାରୀଙ୍କୁ ଶେଷ ସମ୍ମାନ ଜଣାଇବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜଣେ ଦକ୍ଷ, ଶୃଙ୍ଖଳିତ ଓ କର୍ତ୍ତବ୍ୟନିଷ୍ଠ ସେନା ଅଧିକାରୀ ଭାବେ ଲେଫ୍ଟନାଣ୍ଟ କର୍ନେଲ ପ୍ରଣବ ବୈଶଙ୍କର ବେଶ୍ ସୁନାମ ରହିଥିଲା। ସେନାରେ ନିଜର ଦାୟିତ୍ୱ ନିର୍ବାହ ପରେ ଜିନ୍ଦଲ କମ୍ପାନୀରେ ବରିଷ୍ଠ ସୁରକ୍ଷା ଅଧିକାରୀ ଭାବେ ସେ କାର୍ଯ୍ୟରତ ଥିଲେ।

ତାଙ୍କ ବିୟୋଗରେ ସହକର୍ମୀ, ପରିଚିତ ମହଲ ଓ ପୂର୍ବତନ ସେନା ଅଧିକାରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ପରେ ତାଙ୍କ ମରଶରୀରକୁ ପୁରୀ ନିଆଯାଇ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି।