ମୁଖ୍ୟ ଖବର

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହଙ୍କୁ ତାଳଚେର କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

By Angul TV Bureau

December 27, 2024

ଅନୁଗୁଳ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ.ମନମୋହନ ସିଂହଙ୍କ ବିୟୋଗରେ ତାଳଚେର କଂଗ୍ରେସ ପକ୍ଷରୁ ଏକ ଶୋକସଭା ହାଟତୋଟା ସ୍ଥିତ ପ୍ରେସକ୍ଲବ ଠାରେ ଅନୁଷ୍ଠିତ ହୋଇଛି।

ପୂର୍ବତନ ନଗରପାଳ କେଶବ ଭୂତିଆଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜାତୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡ଼ନାୟକ, ରାଜ୍ୟ ମହିଳା କଂଗ୍ରେସ ଉପସଭାପତି ଏଲ ମାଣିକ ପ୍ରଭା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ସବିତା ଧୀର, ରାଜ୍ୟ ଆଇଏନଟିଇଉସି ଉପସଭାପତି ଦେବାଶିଷ ଘୋଷ, ଆଇନଜୀବୀ ଛବି ସାହୁ, ଜିଲ୍ଲା ସେବା ଦଳ ମୁଖ୍ୟ ସୌମ୍ୟ ସଂଜୀବ ମିଶ୍ର, ରାଜ୍ୟ ଯୁବ କଂଗ୍ରେସର ଜିନେଶ ସାହୁ, ବଜରଙ୍ଗ ଅଗ୍ରୱାଲ, ପ୍ରଫୁଲ୍ଲ ନାଏକ, ସଂଜୀବ ନାଏକ, ମୁକେଶ ଅଗ୍ରୱାଲ, ହରେକୃଷ୍ଣ ମହାପାତ୍ର, ସନ୍ତୋଷ ମହାରଣା ପ୍ରମୁଖ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଶ୍ରୀ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।