ଅନ୍ୟାନ୍ୟ

ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି: ଯୋଗଦେଲେ ତାଳଚେର ବିଧାୟକ

By Angul TV Bureau

July 31, 2026

ଅନୁଗୋଳ: ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ଭଟିଲିର ପୂର୍ବତନ ବିଧାୟକ ସ୍ୱର୍ଗତ ସୁଶାନ୍ତ ସିଂହଙ୍କ ଅକାଳ ବିୟୋଗରେ ଅନୁଗୋଳ ଜିଲ୍ଲା ବିଜେଡି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ସ୍ୱର୍ଗତ ସିଂହଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଶା ରାଜନୀତି ଜଣେ ଦକ୍ଷ ସଂଗଠକ, ଜନପ୍ରିୟ ଜନନେତା ଏବଂ ସମର୍ପିତ ଜନସେବକଙ୍କୁ ହରାଇଲା ବୋଲି ସେ ମତବ୍ୟକ୍ତ କରିଛନ୍ତି। ଜନସେବାରେ ତାଙ୍କର ଅତୁଳନୀୟ ଅବଦାନ ସଦାସର୍ବଦା ସ୍ମରଣୀୟ ରହିବ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଏବଂ ଦଳୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।