ଅନ୍ୟାନ୍ୟ

ମେଡିସିନ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି

By Biswaranjan Pattnaik

November 26, 2022

ଅନୁଗୁଳ: ଶୁକ୍ରବାର ଦୁଇଜଣ କାର୍ଯ୍ୟରତ ମେଡ଼ିସିନ୍ ସେଲ୍ସ ରିପ୍ରେଜେଣ୍ଟିଭଙ୍କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଥିବା ଜଣାପଡିଛି ।

ସୂର୍ଯ୍ୟକାନ୍ତ ରାଉତ ଓ ଦୀପକ କୁମାର ରାଉଳ ନାମକ ଦୁଇ ଯୁବ କର୍ମଚାରୀ ତାଙ୍କ କର୍ମକ୍ଷେତ୍ରକୁ ଯାଉଥିବା ବେଳେ ପାଲଲହଡା ବ୍ଲକ ଖମାର ନିକଟରେ ଏକ ବସ ସହ ଦୁର୍ଘଟଣା କାରଣରୁ ଉଭୟଙ୍କୁ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ପ୍ରଥମେ ଖମାର ଡାକ୍ତରଖାନା ଓ ପରେ ପରେ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଉଭୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓଡିଶା ମେଡିସିନ୍ ସେଲ୍ସ୍ ରିପ୍ରେଜେଣ୍ଟିବ୍ ୟୁନିଅନ୍ ଅନୁଗୁଳ ଶାଖା ତରଫରୁ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଯାଇଛି । ୟୁନିଅନର ରାଜ୍ୟ ସଭାପତି ମହେନ୍ଦ୍ର କୁମାର ସାହୁ, କର୍ମକ୍ଷେତ୍ରରେ ସଚେତନ ହୋଇ ଗାଡି ଚଲାଇବା ସହିତ ଟ୍ରାଫିକ୍ ନିୟମ ପ୍ରତି ଧ୍ୟାନ ଦେବା ନିମନ୍ତେ ଉପସ୍ଥିତ ସଦସ୍ୟ ମାନଙ୍କୁ ଅନୁରୋଧ।କରିଥିଲେ ।