ଅନ୍ୟାନ୍ୟ

କବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି

By Biswaranjan Pattnaik

August 25, 2022

ଅନୁଗୁଳ: ପ୍ରଖ୍ୟାତ ଓଡ଼ିଆ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଗୁରୁବାର ଜିଲ୍ଲା ସାହିତ୍ୟ ସଂସଦ ଓ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଅନୁଗୁଳ ମହାବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ କବିପ୍ରେମୀ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ସଭାପତି କୁମୁଦ ଚନ୍ଦ୍ର ଦାସ, ଉପ ସଭାପତି ଶାନ୍ତନୁ କୁମାର ସର, ସମ୍ପାଦକ ରାଧାକାନ୍ତ ମହାନ୍ତି,ଶିକ୍ଷାବିତ ଧରଣୀଧର ନାଥ, ସ୍ମୃତି କମିଟି ପକ୍ଷରୁ ସୁଶାନ୍ତ ତ୍ରିପାଠୀ, ବିଶ୍ୱରଂଜନ ପ୍ରଧାନ, ଆଦ୍ୟଶ୍ଲୋକ ମିଶ୍ର, ସୂର୍ଯ୍ୟ ନାରାୟଣ ନାଥ ପ୍ରମୁଖ କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ କବି ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ଅନୁଗୁଳର କଲଣ୍ଡାପାଳ ନାମକ ଛୋଟିଆ ଗାଁ ରେ ଜନ୍ମ ହୋଇ ନିଜର ପ୍ରତିଭା ବଳରେ ଓଡ଼ିଆ ସାହିତ୍ୟ କୁ ସମୃଦ୍ଧ କରିଥିଲେ। ପ୍ରାକ ସ୍ୱାଧୀନତା କାଳରେ ଜାତି, ଦେଶ, ପ୍ରକୃତି ଉପରେ ଛନ୍ଦ ବଦ୍ଧ କବିତା ଲେଖି ସେ ବେଶ ଲୋକପ୍ରିୟ ହୋଇପାରିଥିଲେ।ଉତ୍କଳିକ।, କାଳିଦାସ ଭଳି ସେ ରାଶି ରାଶି କବିତା ଗ୍ରନ୍ଥ ଲେଖିଯାଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ଭଳି ଅନେକ ପୁରସ୍କାର ତାଙ୍କୁ ଅଜସ୍ର ପ୍ରଶଂସା ଦେଇଛି।