ଅନୁଗୁଳ: ଗତ ମଙ୍ଗଳବାର ଅପରାହ୍ନରେ ଚଣ୍ଡିଖମଣ ଜଙ୍ଗଲ ଆଡୁ ହନୁଟିଏ ବାହାରି କାଙ୍ଗୁଲା ଗାଁ ପାଖ ରାସ୍ତାରେ ଡିଆଁ ଡେଇଁ କରୁଥିବା ବେଳେ ହଠାତ୍ ଦୃତ ଗତିରେ ଆସୁଥିବା ବୋଲେରୋଟିଏ ହନୁକୁ ଧକ୍କା ଦେଇ ପଳାଇଥିଲା।ଗୁରୁତର ହନୁ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ଖବର ପାଇ ଖେଳ ଶିକ୍ଷକ ଦୁସ୍ୟନ୍ତ ନାଥ କିଛି ଗାଁ ଯୁବକଙ୍କ ସହାୟତାରେ ହନୁର ଚିକିତ୍ସା କରିଥିଲେ ମାତ୍ର ହନୁ ଆଖି ବୁଜି ଦେଇଥିଲା।
ଏହାପରେ ଯୁବକ ମାନେ ଏଥିନେଇ ସଦର ଥାନା ଅଧିକାରୀଙ୍କୁ ଜଣାଇଥିଲେ। ହନୁ ବନ୍ୟ ପ୍ରାଣୀ ହୋଇଥିବାରୁ ଥାନା ଅଧିକାରୀ ମୃଣାଳ କାଲୋ ପହଞ୍ଚି କିଛି ଦୂରରେ ଏକ ସରକାରୀ ଯାଗାରେ ହନୁକୁ ସମାଧି ଦେବାର ବ୍ୟବସ୍ଥା କରିଥିଲେ।ସମାଧି ଦେଲା ବେଳେ ସମସ୍ତେ ସମସ୍ତେ ଆଣ୍ଠୁମାଡ଼ି ହନୁ ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସୁଥିଲା।