ଅନ୍ୟାନ୍ୟ

‘ଅପରେସନ ସିନ୍ଦୂର’କୁ ସମ୍ମାନ: ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ବୁଲିଲା ତ୍ରିରଙ୍ଗା ଯାତ୍ରା

By Angul TV Bureau

May 15, 2025

ଅନୁଗୁଳ: ଅପରେସନ ସିନ୍ଦୂରର ସଫଳତାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସ୍‌ପି) ପକ୍ଷରୁ ଅନୁଗୁଳ ପ୍ଲାଣ୍ଟ ପରିସରରେ ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି। କୁରୁକ୍ଷେତ୍ର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ତିନି ଥର ନିର୍ବାଚିତ ସାଂସଦ, ଜେଏସ୍‌ପିର ଅଧ୍ୟକ୍ଷ ତଥା ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ ତ୍ରିରଙ୍ଗା ଯାତ୍ରାର ନେତୃତ୍ୱ ନେଇଥିଲେ।

ଜିନ୍ଦଲ ଟାଉନସିପ୍‌ ପରିସରରୁ ଆରମ୍ଭ ତ୍ରିରଙ୍ଗା ଶୋଭାଯାତ୍ରା ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ନିକଟରେ ପହଞ୍ଚିଥିଲା। ସମସ୍ତେ ତ୍ରିରଙ୍ଗା ହାତରେ ଧରି ବନ୍ଦେ ମାତରମ୍‌ ଓ ଭାରତ ମାତାକି ଜୟ ଧ୍ୱନି ଦେଇ ସଭାସ୍ଥଳରେ ପହଞ୍ଚିଥିଲେ। ଶ୍ରୀ ଜିନ୍ଦଲ କହିଥିଲେ, ଅପରେସନ୍‌ ସିନ୍ଦୂର ଆମର ଆତ୍ମବିଶ୍ୱାସକୁ ଆହୁରି ମଜଭୁତ କରିଛି। ଆମେ ପ୍ରଧାନମନ୍ତ୍ରୀ ଓ ଭାରତୀୟ ସେନା ନିକଟରେ କୃତଜ୍ଞ।

ଏହି ଅବସରରେ ସେ ଘୋଷଣା କରିଥିଲେ, ଜେଏସ୍‌ପି ପକ୍ଷରୁ ସମସ୍ତ କର୍ମଚାରୀ ସେମାନଙ୍କ ଗୋଟିଏ ଦିନର ଦରମା ମିଶାଇ ୫ କୋଟି ଟଙ୍କା ସେନା ଓ ସହିଦଙ୍କ ପରିବାର ଓ ଏହି ଯୁଦ୍ଧ ପ୍ରଭାବିତ ସାଧାରଣ ଭାରତୀୟ ପରିବାରର କଲ୍ୟାଣ ପାଇଁ ପ୍ରଦାନ କରିବ।ଅନ୍ୟମାନଙ୍କ ମଧ୍ୟରେ ଜେଏସ୍‌ପିର ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର (ଇନ-ଚାର୍ଜ) ପଙ୍କଜ ମଲ୍ଲାନ, ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର(ପ୍ରୋଜେକ୍ଟ) ଦାମୋଦର ମିତ୍ତଲ, ସିଏଚ୍‌ଆରଓ ଦିଲୀପ ସିହ୍ନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।