ଅନ୍ୟାନ୍ୟ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ

By Angul TV Bureau

March 09, 2026

​ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ନୋମିନି ଭାବେ ତ୍ରିବେଣୀ ସାହୁଙ୍କ ନାମ ସୁପାରିସ କରାଯାଇଛି। ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଏହି ସୁପାରିସ କରିଛନ୍ତି। ଏ ସମ୍ପର୍କରେ ସେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ (ସିଡିଏମଓ) ଏକ ପତ୍ର ଲେଖି ଅବଗତ କରାଇଛନ୍ତି। ଶ୍ରୀ ସାହୁ ଛେଣ୍ଡିପଦା ଅଞ୍ଚଳର ଜଣେ ଦାୟିତ୍ୱବାନ ତଥା ସମାଜସେବୀ ବ୍ୟକ୍ତି ହୋଇଥିବାରୁ, ସେ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସକାରାତ୍ମକ ଯୋଗଦାନ ରଖିବା ସହ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବେ ବୋଲି ବିଧାୟକ ଆଶା ପ୍ରକଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କ ନାମକୁ ସହାନୁଭୂତିର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ବେହେରା ଅନୁରୋଧ କରିଛନ୍ତି।