ଘଟଣା ଓ ଦୁର୍ଘଟଣା

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ, ୨ ଗୁରୁତର

By Angul TV Bureau

July 17, 2025

ଅନୁଗୁଳ: ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ଡେବେରାପାଲି ନିକଟରେ ଗୁରୁବାର ଏକ ଟ୍ରକ ଓଲଟି ୨ ଜଣ ଗୁରୁତର ହୋଇଛନ୍ତି।

କଟକରୁ ସମ୍ବଲପୁର ଯାଉଥିବା ଏକ ମାଲ ବୋଝେଇ ଟ୍ରକ (ଓଡି ୩୪ ଏନ ୧୯୧୯) ଚାଳକ ଭାରସାମ୍ୟ ହରାଇବାରୁ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ଗାଡ଼ିରେ ଥିବା ଚାଳକ ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ବଇଣ୍ଡା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ପରିଚୟ ଜଣାପଡ଼ିନି। ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଟ୍ରକକୁ ଜବତ କରିଛି।