ତାଳଚେର: ଆଜି ତାଳଚେର କଲିୟାରୀ ଥାନା ଅନ୍ତର୍ଗତ ଅନନ୍ତ କୋଇଲା ଖଣିରେ ଓଆଇଏସଏଫର ପାଟ୍ରୋଲିଙ୍ଗ ସମୟରେ ୬ ନମ୍ବର ଷ୍ଟକରୁ କୋଇଲା ବୋଝେଇ କରୁଥିବା ଏକ ଜେସିବି ଓ ଟ୍ରକକୁ ଜବତ କରାଯାଇଛି। ଓଆଇଏସଏଫର ଇନ୍ସପେକ୍ଟର ପ୍ରଦୀପ କୁମାର ଦାସ ଓ ସବ ଇନ୍ସପେକ୍ଟର ମନୋଜ କାଲୁଙ୍କ ଟିମ ଏହି ଚଢ଼ାଉ କରିଥିଲା। ଟ୍ରକର ନମ୍ବର OD-04-G-5562 ଥିବା ବେଳେ ଜେସିବିଟି ନମ୍ବର ବିହୀନ ରହିଛି।
ତେବେ କୋଇଲା ଚୋରାଚାଲାଣ କରୁଥିବା ମାଫିଆ ବିକାଶ ସାହୁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଜବତ ଟ୍ରକ ଓ ଜେସିବିକୁ ଓଆଇଏସଏଫର ଟିମ୍ ତାଳଚେର କଲିୟାରୀ ଥାନାକୁ ହସ୍ତାନ୍ତର କରିଥିବା ଜଣାଯାଇଛି।