ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତର ଜୋରାଗାଡିଆ ଛକର ଗ୍ରୀଡ ସାମ୍ନା ୫୫ନମ୍ବର ଜାତୀୟ ରାଜପଥରେ ବାଇକ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଗାଡି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଟ୍ରକ୍(ଓଡି ୧୯ ଏଲ ୮୩୪୯) କୋଇଲା ଖାଲି କରି ବଅଁରପାଳ ଅଭିମୁଖେ ଯାଉଥିବା ବେଳେ ନୂଆହତା ଗ୍ରୀଡ ଷ୍ଟେସନ ସମ୍ମୁଖରେ ଏକ ପଲସର ବାଇକ ଟ୍ରକରେ ପିଟି ହୋଇଯାଇଥିଲା। ଟ୍ରକ୍ ଚକରେ ବାଇକଟି ଜାମ୍ ହୋଇ ରହି ଯିବାରୁ ଅଗ୍ନିକାଣ୍ଡ ଘଟି ବାଇକ୍ ଓ ଟ୍ରକ ଜଳିଯାଇଛି। ସୌଭାଗ୍ୟବଶତଃ ବାଇକ ଚାଳକ ଦୂରକୁ ଛିଟିକି ପଡ଼ିଥିବାରୁ ରକ୍ଷା ପାଇଯାଇଛନ୍ତି। ସ୍ଥାନୀୟ ଲୋକେ ଦମକଳକୁ ଖବର ଦେବା ପରେ ସେମାନେ ପହଞ୍ଚି ନିଆଁ ଲିଭାଇଥିଲେ।